Spread the love

ଅତାବିରା ବ୍ଲକ ସ୍ଥିତ ଗୋଡ଼ଭଗା କୁମେଲସିଂହା ସିଦ୍ଧାର୍ଥ ପବ୍ଲିକ ସ୍କୁଲ ତା.୦୨.୧୨.୨୦୨୩ ରୁ ଆରମ୍ଭ କରି ତା.୦୪.୧୨.୨୦୨୩ ପର୍ଯ୍ୟନ୍ତ ତିନଦିନ ଧରି ସିଦ୍ଧାର୍ଥ ପବ୍ଲିକ ସ୍କୁଲ କୁମେଲସିଂହା ର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗିତା ୦୨.୦୧୨.୨୩ ଶନିବାର ଦିନ ଆରମ୍ଭ ହୋଇ ଥିଲା। ବିଦ୍ୟାଳୟ ର ଚେୟାରମେନ ଭି. ଶ୍ରୀନିବାସ ରାଓଙ୍କ ଦ୍ଵାରା ଏହି ପ୍ରତିଯୋଗିତା ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟର ଛାତ୍ର ଗଣ ସମଲେଶ୍ଵରୀ ମନ୍ଦିର ରୁ ମଶାଲ ଆଣିବା ପରେ ଚେୟାରମେନ ସାର୍ ତା’ର ବିଧି ବଦ୍ଧ ଶୁଭ ଉଦ୍ ଘାଟନର ଘୋଷଣା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଳୟର ଛାତ୍ର, ଛାତ୍ରୀଙ୍କୁ ଉଦ୍ ବୋଧନ ଦେବା ଉଦ୍ଦେଶ୍ୟରେ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ବିଦ୍ୟାଳୟର ଏକାଡେମିକ୍ ଇନଚାର୍ଯ ଶ୍ରୀ ଅସିତ୍ ଅମାନ୍ତ ମଧ୍ୟ ଛାତ୍ର, ଛାତ୍ରୀଙ୍କୁ ନିଜ ଭାଷଣ ଦ୍ଵାରା ଉତ୍ସାହ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଉକ୍ତ କ୍ରୀଡ଼ା ପ୍ରତିଯୋଗିତା ରେ ମୋଟ ୭୫ ଟି ଇଭେଣ୍ଟ ପପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ମୋଟ ୫୦୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୨୨୫ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ ।କ୍ରୀଡ଼ା ପ୍ରତିଯୋଗିତା ଉଦଯାପନ ଉତ୍ସବରେ ଶ୍ରୀଯୁକ୍ତ ଗିରିଜା ପ୍ରସାଦ ନାଥ ପୂର୍ବତନ କ୍ରୀଡ଼ା ଅଧିକ୍ଷକ ,ବରଗଡ଼ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ସେ ଉଦ୍‌ବୋଧନ ଦେଇ ସର୍ବଦା ଉତ୍ସାହର ସହିତ ଖେଳାଳି ମନୋଭାବକୁ ବଜାୟ ରଖିବା ନିମନ୍ତେ ଉଦ୍‌ବୋଧନ ଦେଇଥିଲେ। ଅଧ୍ୟକ୍ଷ ଜି. ଶ୍ରୀ ନିବାସ ରାଓ ଏକାଡେମିକ ଇନଚାର୍ଜ ଅସିତ ଅମାନ୍ତଙ୍କ ଦ୍ଵାରା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରଂଶସା କରାଯାଇଥିଲା । ମୁଖ୍ୟ ଅତିଥି, ବିଦ୍ୟାଳୟରଚେୟାର ମେନ, ଅଧ୍ୟକ୍ଷ ତଥା ଏକାଡେମିକ ଇନଚାର୍ଯ ଙ୍କ ଦ୍ଵାରା ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି ବିଦ୍ୟାଳୟର ସମସ୍ତ ବିଭାଗୀୟ କର୍ମକର୍ତ୍ତାଙ୍କ ସହଯୋଗରେ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ସମାପ୍ତ ହୋଇଥିଲା । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ଆଲୋକ କର୍ଣ୍ଣଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ପ୍ରତିଯୋଗୀତାର ସମସ୍ତ ଖେଳ କୁଦ ପରିଚାଳିତ ହୋଇଥିଲା ।

ଅତାବିରା ରୁ ଚେଲାବୋଇନା ବାଳକୃଷ୍ଣ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.

Leave a Reply

Your email address will not be published. Required fields are marked *