Spread the love

ଅନୁଗୋଳ,ତା. ୨୧.୦୩ :- ସାଧାରଣ ନିର୍ବାଚନ-୨୦୨୪ ର ସଫଳ ପରିଚାଳନା ନିମନ୍ତେ ଏକ ଆଇ ଟି (ସୂଚନା ଓ ପ୍ରଯୁକ୍ତ) ପ୍ରଶିକ୍ଷଣ ଶିବିର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ ଏମ୍ ଅଖ୍ତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ନିର୍ବାଚନ ଜନିତ ଆଇ ଟି ଆପ୍ଲିକେସନ ଯଥା- ସି ଭିଜିଲ, ସୁବିଧା ପୋର୍ଟାଲ, ଏନ୍‌କୋର ପୋର୍ଟାଲ ଇତ୍ୟାଦିର ବ୍ୟବହାର ଓ ସଫଳ କାର୍ଯ୍ୟକାରୀ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । କୌଣସି ସ୍ଥାନରେ ନିର୍ବାଚନ ଆଚରଣ ବିଧ‌ିର ଊଲଂଘନ ହେଲେ ‘ସି ଭିଜିଲ’ ମୋବାଇଲ ଆପ୍ ଜରିଆରେ ଲାଇଭ ଫଟୋ କିମ୍ବା ଭିଡିଓ ଅପଲୋଡ କରି ଜନସାଧାରଣ ନିଜ ନିଜର ଅଭିଯୋଗ ପଞ୍ଜିକରଣ କରିପାରିବେ । ଅଭିଯୋଗ ପାଇବାର ୧୦୦ ମିନିଟ୍ ମଧ୍ୟରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଏହାର ସମାଧାନ କରାଯିବ । ସେହିପରି ସୁବିଧା ପୋର୍ଟାଲ ଜରିଆରେ ସଭା, ରାଲି, ଶବ୍ଦ ବ୍ୟବସ୍ଥା ଇତ୍ୟାଦିର ଆଗୁଆ ଆବେଦନ ରାଜନୈତିକ ଦଳଗୁଡିକ କରିପାରିବେ । ଏହି ପୋର୍ଟାଲ ଜରିଆରେ ଆବଶ୍ୟକ ସମସ୍ତ ଦସ୍ତାବିଜ ଅପଲୋଡ କରି ପାର୍ଥୀମାନେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିପାରିବେ । ଏହି ସବୁ ଆବେଦନର ଅନୁମତି ନିର୍ବାଚନ ଅଧିକାରୀଙ୍କ ଏନ୍ କୋର ପୋର୍ଟାଲ ଜରିଆରେ ଦେଇପାରିବେ । ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ,ମୁଖ୍ୟ ଊନ୍ନୟନ ଅଧୂକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ସିଂହ,ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ଚାଟାର୍ଜୀଙ୍କ ସମେତ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ,ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ତହସିଲଦାର,ଆଇ ଟି କମିଟିର ସଦସ୍ୟ, ଆରକ୍ଷୀ ବାହିନୀ, ଡେପୁଟୀ କଲେକ୍ଟର ଶ୍ରୀମତୀ ମମତା ପ୍ରଧାନ ଓ ଆସିଷ୍ଟଣ୍ଟ କଲେକ୍ଟର ଶ୍ରୀ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *