Search
Close this search box.

ମାନଝରିଗ୍ରାମର ଅନାଥ ଶିଶୁ ଜିଲ୍ଲା ଶିଶୁ ସୁରକ୍ଷାରୁ ଥଇଥାନ ହେଲେ।

ଗୋଲାମୁଣ୍ଡା /୨/୫/୨୪/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗାଁ ରେ ରହୁଥିଲେ ଦୁଇ ଅନାଥ ଅସହାୟ ଶିଶୁ । ପିତା ଉଦ୍ଧବ କାଣ୍ଡ ଓ ମାତା ମୁକ୍ତା କାଣ୍ଡ ଦୁଇ ଙ୍କ ଦେହାନ୍ତ ପରେ ଦୁଇ ଶିଶୁ ଅସହାୟ ଜୀବନ ଯାପନ କରୁଥିଲେ l ପରିବାର କହିଲେ ଉଦ୍ଧବକାଣ୍ଡ ଓ ମୁକ୍ତାକାଣ୍ଡ ଙ୍କ ଗୋଟିଏ ଝିଅ ଟୁନିକାଣ୍ଡ(୧୮) ଓ ପୁଅ ସିଦ୍ଧାନ୍ତକାଣ୍ଡ (୧୦), ବାର ବର୍ଷ ତଳେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୁକ୍ତା ଙ୍କ ଦେହାନ୍ତ ହୋଇଥିବା ବେଳେ ଗତମାସ ଉଦ୍ଧବ ଙ୍କ ତେଲେଙ୍ଗାନା ରେ ଦେହାନ୍ତ ହୋଇଥିଲା l ନିଜର ବୋଲି ଜମିବାଡ଼ି ଖଣ୍ଡିଏ ମଧ୍ୟ ନଥିବାରୁ ଉଦ୍ଧବ ପ୍ରତିବର୍ଷ ତେଲେଙ୍ଗାନା ଯାଇ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ, ହେଲେ ଦୁର୍ଭାଗ୍ୟ ବଶତଃ ଉଦ୍ଧବଙ୍କ ସେ ପଟେ ମୃତ୍ୟୁ ବରଣ କରିଥିଲେ l ପିତା ଙ୍କ ଦେହାନ୍ତ ପରେ ପୁଅ ଓ ଝିଅ ଦେଖୁ ଦେଖୁ ଅନାଥ ହୋଇଗଲେ l ସେମାନେ ବହୁତ ଅସୁବିଧା ରେ ରହୁଥିବା ବିଷୟ ଗଣ ମାଧ୍ୟମରେ ପ୍ରକାଶପାଇଲାପରେ ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ର ଙ୍କୁ ଅବଗତ କରିଥିଲେ l ଶିଶୁ ସୁରକ୍ଷା ଅଧୁକାରୀ ଙ୍କ ନିର୍ଦେଶ କ୍ରମେ ଗତକାଲି ବୁଧବାର ଦିନ ସୁଧାଂଶୁ ମହାପାତ୍ର, ଗୁରୁପ୍ରସାଦ ନାଏକ ଙ୍କ ସହ ସମାଜସେବୀ ଯଶୋବନ୍ତ ରଣା ମାନଝରି ଗାଁ କୁ ଯାଇ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ସମସ୍ତ ଙ୍କ ନିଷ୍ପତି କ୍ରମେ ପୁଅ ସିଦ୍ଧାନ୍ତକାଣ୍ଡ ଙ୍କୁ ଭବାନୀପାଟଣା ସ୍ଥିତ ଏକ ଆଶ୍ରମ ରେ ରଖି ପଢ଼ିବାର ବ୍ୟବସ୍ଥା କରାଗଲା l ଝିଅ ଟୁନିକାଣ୍ଡ ତାଙ୍କର ବଡ ବାପା ଅରୁଣ କାଣ୍ଡ ଘରେ ରହିଲେ l ସିଦ୍ଧାନ୍ତ ର ସମସ୍ତ ପଢ଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ, ଉକ୍ତ ସମୟରେ ଗ୍ରାମର ଅଙ୍ଗନୱାଡ଼ି କୁନ୍ତଳା ଯୋଶୀ ଉପସ୍ଥିତ ଥିଲେ l ଶିଶୁ ମାନଙ୍କୁ ଥଇଥାନ କରିଥିବାରୁ ସ୍ଥାନୀୟ ଅଙ୍ଗନୱାଡ଼ି କୁନ୍ତଳା ଯୋଷୀ ଓ ଅରୁଣ କାଣ୍ଡ ତଥା ଗ୍ରାମ ବାସୀ ପ୍ରମୁଖ ଧନ୍ୟବାଦ ଜଣେଇଛନ୍ତି l

Recent Post

Live Cricket Update

You May Like This

× How can I help you?