ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର ଗ୍ୟାଙ୍ଗଷ୍ଟର । ଏମାନେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିସ୍ଫୋରଣ କରିବାକୁ ଉଦ୍ୟମ କରୁଥିଲେ । ପୋଲିସ ଉପରକୁ ଫାୟରିଂ ବେଳେ ଏମାନେ ସଫା ହୋଇଛନ୍ତି ।
ଦୀର୍ଘ ଦିନ ଧରି ପୋଲିସ ଟାର୍ଗେରେ ଏହି ୪ ଗ୍ୟାଙ୍ଗଷ୍ଟର ଥିଲେ ।ବୁଧବାର ବିଳମ୍ବିତ ରାତିରେ ବାହାଦୁର ଶାହ ମାର୍ଗରେ ଏହି ଏନକାଉଣ୍ଟର ହୋଇଥିଲା । ନିହତ ଗ୍ୟାଙ୍ଗଷ୍ଟରମାନେ ହେଲେ ରଞ୍ଜନ ପାଠକ, ବିମଲେଶ ମାହାତୋ, ମନୀଷ ପାଠକ ଏବଂ ଅମନ ଠାକୁର । ଚାରି ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ।ସୂଚନା ମିଳିଛି ଯେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ବାହାଦୁର ଶାହ ମାର୍ଗରେ ଚାରି ଜଣ ଅପରାଧୀଙ୍କ ସହ ଏନକାଉଣ୍ଟର କରିଥିଲେ । ଏନକାଉଣ୍ଟରରେ ସମସ୍ତ ଚାରି ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଥିଲା । ଚାରି ଜଣ ଅଭିଯୁକ୍ତଙ୍କୁ ରୋହିଣୀର ଡକ୍ଟର ବିଏସଏ ହସ୍ପିଟାଲକୁ ନିଆଯାଇଥିଲା । ଏନକାଉଣ୍ଟରରେ ବିହାରର ରଞ୍ଜନ ପାଠକ (୨୫), ବିମଲେଶ ମହତୋ (୨୫), ମନୀଷ ପାଠକ (୩୩) ଏବଂ ଅମନ ଠାକୁର (୨୧) ନିହତ ହୋଇଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://jagratbharatnews.in/wp-content/uploads/2025/10/Picsart_25-10-24_19-23-45-060-scaled.jpg)

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://jagratbharatnews.in/wp-content/uploads/2025/10/Picsart_25-10-24_19-00-45-095-scaled.jpg)